IT News Alert:Khabar-Odisha-Special-and-Odisha-News-DetailGandhi-Jayanti-Heres-how-iconic-world-sites-paid-homage-to-Bapu

ଭିଡିଓ: ଦୁବାଇ ସମେତ ଅନ୍ୟ ଦେଶରେ ଏଲଇଡି ଲାଇଟରେ ଗାନ୍ଧୀ ଜୟନ୍ତୀ ଉପସ୍ଥାପନ

 ଦୁବାଇ, ଅକ୍ଟୋବର ୦୩ (ଖବର ଓଡ଼ିଶା): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଦେଶ ବିଦେଶରେ ଆକର୍ଷଣୀୟ ଭାବରେ ପାଳନ କରାଯାଇଛି । ସବୁଠାରୁ ଅଧିକ ଆକର୍ଷଣୀୟ ଶୈଳୀରେ ଦୁବାଇରେ ପାଳନ ହୋଇଛି । ଗାନ୍ଧୀ ଜୟନ୍ତୀକୁ ଦୁବାଇର ବ୍ରୁଜ ଖଲିଫା ଓ ଇଣ୍ଡନର ପିକାଡେଲି ସର୍କସ ସମେତ ବିଶ୍ୱର ୧୨୦ଟି ସ୍ଥାନରେ ଏଲଇଡି ଭିଡିଓ ପ୍ରୋଜେକ୍ଟ ମାଧ୍ୟମରେ ଉପସ୍ଥାପନ କରାଯାଇଛି । 

ମହାତ୍ମା ଗାନ୍ଧୀଙ୍କ ଜୀବନ ସହିତ ଜଡିତ ବିଭିନ୍ନ ଘଟଣା ଉପରେ ଏଲଇଡି ଲାଇଟ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ପାଳନ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ବିଦେଶରେ ଥିବା ପ୍ରସିଦ୍ଧ ଟାୱାର(ନଭଶ୍ଚୁମ୍ବି କୋଠା) ଉପରେ ଏଲଇଡି ଲାଇଟ ମାଧ୍ୟମରେ ଗାନ୍ଧୀଙ୍କ ଜୀବନ ଉପରେ କାହାଣୀ ଉପସ୍ଥାପନା କରାଯାଇଛି ।

ଭିଏନାର ୱେଲଟ ମ୍ୟୁଜିୟମ, ବୁଡାପେଷ୍ଟର ବୁଡା କେଷ୍ଟଲ, ରୋମର ପାଲାଜୋ ସେନାଟୋରିଓ, ଇଣ୍ଡୋନେସିଆର ପ୍ରମ୍ବାବନ ମନ୍ଦିର, ପେରୁର ମୁସେଓ ଦେ ଆର୍ଟ ଆଦିରେ ବାପୁଙ୍କ ଜୀବନ ଉପରେ ଆଧାରିତ ଏଲଇଡି ଲାଇଟ ମାଧ୍ୟମରେ ଗାନ୍ଧୀଙ୍କ ଜୀବନକୁ ଦେଖାଯାଇଛି । 

  • Tags

You can share this post!

Leave Comments